From Meta, a Wikimedia project coordination wiki
ଉଇକିମେଡିଆ ଫାଉଣ୍ଡେସନର
ବୋର୍ଡ ଅଫ୍ ଟ୍ରଷ୍ଟିଜ୍
|
|
ଆପଣ ନିଜର ପସନ୍ଦର ବିଷୟଟିକୁ ଉଇକିପେଡିଆରେ ପଢ଼ିବା ସମୟରେ ଆପଣ ଜାଣିଥିଲେ କି, ମୁକ୍ତ ଜ୍ଞାନକୁ ମାଗଣା କରିବା ପାଇଁ ହଜାର ହଜାର ଲୋକ କାମ କରୁଛନ୍ତି ?
|
ସାରା ବିଶ୍ୱରେ ଆଶ୍ଚର୍ଯ୍ୟ କରିବା ଭଳି ଗୋଷ୍ଠୀର ଲୋକମାନେ ଅଛନ୍ତି ଯେଉଁମାନେ ଉଇକିପେଡିଆ, ଉଇକିଡାଟା, ଉଇକିସୋର୍ସ ଇତ୍ୟାଦି ଭଳି ବଡ଼ ବଡ଼ ପ୍ରକଳ୍ପଗୁଡ଼ିକ କରନ୍ତି l
|
ଉଇକିମେଡିଆ ଫାଉଣ୍ଡେସନ ସେମାନଙ୍କୁ ସେହି କାମ କରିବାକୁ ସାହାଯ୍ୟ କରେ l ସେମାନେ ଟେକ୍ନିକାଲ ଇନ୍ଫ୍ରାଷ୍ଟ୍ରକ୍ଚର, ଆଇନଗତ ଚ୍ୟାଲେଞ୍ଜ ଏବଂ ବଢୁଥିବା କଷ୍ଟଗୁଡ଼ିକର ଯତ୍ନ ନିଅନ୍ତି l
|
|
ଉଇକିମେଡିଆ ଫାଉଣ୍ଡେସନର କାର୍ଯ୍ୟକାରିତାକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଉଇକିମେଡିଆ ଫାଉଣ୍ଡେସନର ଏକ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ ରହିଛି l ଏକ ଅଂଶରେ ଗୋଷ୍ଠୀ ପ୍ରକ୍ରିୟାଗୁଡ଼ିକ ମାଧ୍ୟମରେ ଟ୍ରଷ୍ଟିଗୁଡ଼ିକୁ ଚୟନ କରାଯାଏ ଏବଂ ଏକ ଅଂଶରେ ସିଧାସଳଖ ବୋର୍ଡ ଦ୍ୱାରା ଚୟନ କରାଯାଏ l
|
ବୋର୍ଡରେ ୧୬ଟି ଆସନ ରହିଛି:
୮ ଗୋଷ୍ଠୀ-ଏବଂ-ଆଫିଲିଏଟ୍ ଆସନ,
୭ ବୋର୍ଡ-ଚୟନକୃତ ଆସନ,
1 ପ୍ରତିଷ୍ଠାତା ଆସନ l
|
|
ପ୍ରତ୍ୟେକ ଟ୍ରଷ୍ଟି ତିନି-ବର୍ଷ ଅବଧି ପାଇଁ କାମ କରନ୍ତି l
|
|
|
|
ବୋର୍ଡ-ଚୟନକୃତ ଟ୍ରଷ୍ଟିମାନଙ୍କୁ ଏକ ବିଶ୍ୱସ୍ତରୀୟ ଅନୁସନ୍ଧାନ ପ୍ରକ୍ରିୟାରେ ଚୟନ କରାଯାଏ l ବୋର୍ଡ ଅଫ୍ ଟ୍ରଷ୍ଟିଜ୍ ଏବଂ ପ୍ରାର୍ଥୀମାନେ ଏକ ପାରସ୍ପରିକ ଫିଟ୍ ବିଷୟରେ ସନ୍ତୁଷ୍ଟ ହେବା ପରେ ସେମାନେ ବୋର୍ଡରେ ଯୋଗ ଦିଅନ୍ତି l
|
ଗୋଷ୍ଠୀ ଟ୍ରଷ୍ଟିମାନଙ୍କୁ ଭୋଟ୍ ଦେବା ନିମନ୍ତେ ଉଇକିମେଡିଆ ଗୋଷ୍ଠୀର ସୁଯୋଗ ରହିଛି l ଏକ ଦଳ ଭାବରେ ବୋର୍ଡର ପ୍ରତିନିଧିତ୍ବ, ବିଭିନ୍ନତା, ଏବଂ ଦକ୍ଷତାକୁ ବିକାଶ କରିବା ପାଇଁ ଏହା ଏକ ସୁଯୋଗ ଅଟେ l
|
ଟ୍ରଷ୍ଟିମାନେ ସେମାନଙ୍କ କାମ ନିମନ୍ତେ ବର୍ଷକୁ ପ୍ରାୟ ୧୫୦ ଘଣ୍ଟା ଦିଅନ୍ତି l ସେମାନେ ଅତି କମରେ ଗୋଟିଏ ବୋର୍ଡ କମିଟିରେ କାମ କରନ୍ତି l ଏହି କମିଟିଗୁଡ଼ିକ ମଧ୍ୟରେ ବୋର୍ଡ ଶାସନ, ଅଡିଟ୍, ମାନବ ସମ୍ବଳ, ଉତ୍ପାଦ, ସ୍ୱତନ୍ତ୍ର ପ୍ରକଳ୍ପଗୁଡ଼ିକ, ଏବଂ ଗୋଷ୍ଠୀ ବ୍ୟାପାର ଅନ୍ତର୍ଭୁକ୍ତ ଅଟେ l
|
|
ସର୍ବସାଧାରଣରେ ଉପଲବ୍ଧ ହେଉଥିବା ମିଟିଂ ମିନିଟଗୁଡ଼ିକୁ ଫାଉଣ୍ଡେସନ ଉଇକି ମିଟିଂ ପୃଷ୍ଠାରେ ପୋଷ୍ଟ କରାଯିବ କିମ୍ବା କମିଟିର ପୃଷ୍ଠାଗୁଡ଼ିକରେ ପୋଷ୍ଟ କରାଯିବ l
|