Jump to content

ଗ୍ରାଣ୍ଟ୍(ଅନୁଦାନ) ଗୁଡିକ ସହ ଜଡିତ: ଶବ୍ଦକୋଷ

From Meta, a Wikimedia project coordination wiki
This page is a translated version of the page Grants:Glossary and the translation is 100% complete.
ଦରକାରୀ ଶବ୍ଦ ଗୁଡିକର ତାଲିକା
ଉଇକିମିଡିଆ ଫାଉଣ୍ଡେସନ୍ ଅନୁଦାନ ପାଣ୍ଠିରେ ବ୍ୟବହୃତ ହେଉଥିବା କିଛି ସାଧାରଣ ଶବ୍ଦ ଏବଂ ବିଶେଷ ଶବ୍ଦ ଗୁଡିକର ତାଲିକା ।


Funding and values

ଉଇକିମିଡ଼ିଆ ଫାଉଣ୍ଡେସନ୍ ଅନୁଦାନ ପାଣ୍ଠି
ଉଇକିମିଡିଆ ଫାଉଣ୍ଡେସନ୍ ଅନୁଦାନ ପାଣ୍ଠି କାର୍ଯ୍ୟକ୍ରମ । ଏହା ତିନୋଟି ପାଣ୍ଠି ପ୍ରୋଗ୍ରାମ ଅନ୍ତର୍ଭୁକ୍ତ: ଉଇକିମିଡ଼ିଆ କମ୍ୟୁନିଟି ଫଣ୍ଡ, ଉଇକିମିଡ଼ିଆ ଆଲିଆନ୍ସ ଫଣ୍ଡ ଏବଂ ଉଇକିମିଡ଼ିଆ ରିସର୍ଚ୍ଚ ଫଣ୍ଡ
ଫଣ୍ଡିଙ୍ଗ ରିଜିନ / ପାଣ୍ଠି ଯୋଗାଣ ଅଞ୍ଚଳ
ଉଇକିମିଡିଆ ଫାଉଣ୍ଡେସନ୍ ଅନୁଦାନ ପାଣ୍ଠି ଆଠଟି ଭୌଗୋଳିକ ଅଞ୍ଚଳରେ ସମର୍ଥିତ ଯାହାକୁ ପାଣ୍ଠି ଯୋଗାଣ ଅଞ୍ଚଳ କୁହାଯାଏ । ପ୍ରତ୍ଯେକ ପାଣ୍ଠି ଯୋଗାଣ କ୍ଷେତ୍ରରେ ଆଞ୍ଚଳିକ ପାଣ୍ଠି କମିଟି ଏବଂ କାର୍ଯ୍ୟକ୍ରମ ଅଧିକାରୀ ଅଛନ୍ତି । ଏହି ପାଣ୍ଠି ଯୋଗାଣ କ୍ଷେତ୍ର ଗୁଡ଼ିକ ହେଲାଃ ମଧ୍ୟପ୍ରାଚ୍ଚ୍ୟ ଓ ଉତ୍ତର ଆଫ୍ରିକା (ମିଡିଲ ଇଷ୍ଟ ଓ ନର୍ଥ ଆଫ୍ରିକା), ଉପ-ସାହାରା ଆଫ୍ରିକା (ସବ - ସାହାରାନ ଆଫ୍ରିକା ), ଦକ୍ଷିଣ ଏସିଆ, ପୂର୍ବ - ଦକ୍ଷିଣ ପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗର ଅଞ୍ଚଳ, ଲାଟିନ ଆମେରିକା ଓ କାରିବିଆନ, ଉତ୍ତର ଆମେରିକା, ଉତ୍ତର ଓ ପଶ୍ଚିମ ଯ଼ୁରୋପ, ଏବଂ ମଧ୍ୟ ଓ ପୂର୍ବ ୟୁରୋପ ଓ ମଧ୍ୟ ଏସିଆ (CEE) ।
ଟ୍ରଷ୍ଟ ବେଷ୍ଦ / Trust-based ପରୋପକାର କିମ୍ବା ଟ୍ରଷ୍ଟ ବେଷ୍ଦ ଆଭିମୁଖ୍ୟ
ପାଣ୍ଠି ଯୋଗାଣ ପ୍ରକ୍ରିୟାରେ କ୍ଷମତାର ଅସନ୍ତୁଳନ ଦୂର କରିବା ହେଉଛି ଉଇକିମିଡିଆ ଫାଉଣ୍ଡେସନ୍ ଅନୁଦାନ ପାଣ୍ଠିର ମୁଖ୍ୟ ଆଭିମୁଖ୍ୟ । ଏହି ଆଭିମୁଖ୍ୟ ଅଧିକ ଏକୁଇଟେବଲ ଅର୍ଥ ପ୍ରଦାନ କାର୍ଯ୍ୟକ୍ରମ ପାଇବାକୁ ଶକ୍ତି ବାଣ୍ଟିବା ବିଷୟରେ ଉଦ୍ଦିଷ୍ଟ । ଏହା ଛଅଟି ଅଭ୍ୟାସ ମଧ୍ୟମରେ କରାଯାଏ:
  • ବହୁ-ବର୍ଷିଆ ଏବଂ ଅନିୟନ୍ତ୍ରିତ ପାଣ୍ଠି ପ୍ରଦାନ କରିବା / Multi-year and unrestricted funding
  • ସକ୍ରିୟ ଶିକ୍ଷଣ ଏବଂ ପ୍ରସାର / Active learning and outreach
  • ସରଳୀକୃତ ପ୍ରକ୍ରିୟା ଏବଂ କାଗଜପତ୍ର କାର୍ଯ୍ୟ / Simplified process and paperwork
  • ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ / Transparency and responsiveness
  • ଶୁଣିବା ଏବଂ ଉନ୍ନତି କରିବା / Listening and improving
  • ଏସବୁର ନିୟନ୍ତ୍ରଣ ବାହାରେ ସହାୟତା ପ୍ରଦାନ କରିବା / Offering support beyond checks
ଜ୍ଞାନ ସମାନତା / Knowledge Equity
ଉଇକିମିଡ଼ିଆର ଲକ୍ଷ୍ୟ ହେଉଛି ଜ୍ଞାନକୁ ମୁକ୍ତ କରିବା । ସୂଚନା ସୃଷ୍ଟି ଏବଂ ସମୀକ୍ଷା କରିବା ପାଇଁ ସମସ୍ତଙ୍କର, ସମାନ ଆକ୍ସେସ୍ ସୁନିଶ୍ଚିତ କରିବାକୁ ଆମେ କାର୍ଯ୍ୟ କରୁ । ଐତିହାସିକ ଦୃଷ୍ଟିରୁ, ଜ୍ଞାନ ଅଳ୍ପ ଲୋକଙ୍କ ହାତରେ ରଖାଯାଇଛି । ଶକ୍ତି ଏବଂ ଅଧିକାରର ସଂରଚନା ଦ୍ୱାରା ଦଳିତ ଗୋଷ୍ଠୀର ଇତିହାସ ଏବଂ ଜ୍ଞାନକୁ ବାଦ ଦିଆଯାଇଛି । ଉଇକିମିଡ଼ିଆ ପ୍ରକଳ୍ପ ଏବଂ ଉଇକିମିଡିଆ ଫାଉଣ୍ଡେସନ ପାଣ୍ଠି ଏହି ମଡେଲକୁ ପରିବର୍ତ୍ତନ କରନ୍ତି ଏବଂ ସମସ୍ତଙ୍କୁ ସମର୍ଥନ ଏବଂ ଯୋଗଦାନ ପାଇବାକୁ ଅନୁମତି ଦିଅନ୍ତି ।
ଅଳ୍ପ ଉପସ୍ଥାପିତ କିମ୍ବା ଦଳିତ ଗୋଷ୍ଠୀ / Underrepresented or marginalised groups
ଗୋଷ୍ଠୀ ଏବଂ ସମ୍ପ୍ରଦାୟ ଯାହା ଉଇକିମିଡ଼ିଆ ମୁଭମେଣ୍ଟରେ ଉପସ୍ଥାପିତ ହୋଇନାହିଁ । କ୍ଷମତା ଏବଂ ବିଶେଷାଧିକାରର ଢାଞ୍ଚା ହେତୁ ସେମାନଙ୍କୁ କମ୍ ପ୍ରତିନିଧିତ୍ୱ କରାଯାଇପାରେ । ସେମାନଙ୍କର ଇତିହାସ ଏବଂ ଜ୍ଞାନ ସାଧାରଣତଃ ଉଇକିମିଡ଼ିଆ ପ୍ରକଳ୍ପରୁ ଅନୁପସ୍ଥିତ । ଏହି ଗୋଷ୍ଠୀଗୁଡ଼ିକର ଉଦାହରଣ ହେଉଛି: ସମସ୍ତ ଭାଷା ସମ୍ପ୍ରଦାୟର ମହିଳା, ସ୍ୱଦେଶୀ ଏବଂ LGBTQ + ସମ୍ପ୍ରଦାୟର ସଦସ୍ୟ ।

Funding process

ଉଇକିମିଡ଼ିଆ ଫାଉଣ୍ଡେସନ ଅନୁଦାନ ପୋର୍ଟାଲ, ଗ୍ରାଣ୍ଟି ପୋର୍ଟାଲ କିମ୍ବା ଫ୍ଲକ୍ସ / Fluxx
ପାଣ୍ଠି ଆବେଦନ ଏବଂ ରିପୋର୍ଟ ଦାଖଲ କରିବାକୁ ଥିବା ପ୍ଲାଟଫର୍ମ । ଯଦି ଆପଣ ଏକ ପାଣ୍ଠି ପ୍ରୋଗ୍ରାମ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ https://wmf.fluxx.io/ ରେ କରିବା ଦରକାରୀ
ଯୋଗ୍ୟତାର ମାନଦଣ୍ଡ / ଏଲିଜିବିଲିଟି କ୍ରାଇଟେରିଆ
ଅନୁଦାନ ପାଇବା ପାଇଁ ଆବଶ୍ୟକତାଗୁଡିକ ପୂରଣ ହେବା ଆବଶ୍ୟକ । ବିଭିନ୍ନ ପାଣ୍ଠି ପ୍ରୋଗ୍ରାମ ପାଇଁ ଯୋଗ୍ୟତା ମାନଦଣ୍ଡ ଭିନ୍ନ ଅଟେ । ଏକକ ବ୍ୟକ୍ତିବିଶେଷ, ଗୋଷ୍ଠୀ, ଉଇକିମିଡ଼ିଆ ଆଫିଲିଏଟ୍ସ ଏବଂ ସଂଗଠନଗୁଡ଼ିକ ପାଇଁ ମଧ୍ୟ ସେମାନେ ଭିନ୍ନ ଅଟନ୍ତି । "କିଏ ଆବେଦନ କରିପାରିବେ?" ବିଭାଗ ଅଧୀନରେ ପାଣ୍ଠି ପ୍ରୋଗ୍ରାମ ପୃଷ୍ଠାଗୁଡ଼ିକରେ ନିର୍ଦ୍ଦିଷ୍ଟ ଯୋଗ୍ୟତା ମାନଦଣ୍ଡ ବିଷୟରେ ଆପଣ ଅଧିକ ଜାଣିପାରିବେ ।
ଅନୁଦାନ ପ୍ରାପ୍ତକର୍ତ୍ତା (ଗ୍ରାଣ୍ଟି) ପ୍ରକାର
ଉଇକିମିଡ଼ିଆ ଫାଉଣ୍ଡେସନ ପାଣ୍ଠି ଚାରି ପ୍ରକାରର ଅନୁଦାନକାରୀଙ୍କୁ ସମର୍ଥନ କରେ: ଏକକ ବ୍ୟକ୍ତି, ଗୋଷ୍ଠୀ, ଅଣ-ଲାଭ ସଂଗଠନ ଏବଂ ଆର୍ଥିକ ପ୍ରାଯୋଜକ (ଫିସ୍କାଲ ସ୍ପନ୍ସର)ଙ୍କ ସହିତ ଅର୍ଥ ପ୍ରଦାନ । ପ୍ରତ୍ୟେକ ପ୍ରକାର ପାଇଁ ଆବଶ୍ୟକ ଆବଶ୍ୟକତା ଏବଂ ଦରକାରୀ ଦଲିଲଗୁଡ଼ିକ ଅଲଗା ହୋଇପାରେ ।
ଆର୍ଥିକ ପ୍ରାଯୋଜକ / ଫିସ୍କାଲ ସ୍ପନ୍ସର
ପଞ୍ଜୀକୃତ ଅଣ-ଲାଭ ସଂଗଠନ ଯାହା ଉଇକିମିଡ଼ିଆ ଫାଉଣ୍ଡେସନରୁ ଆପଣଙ୍କର ଅନୁଦାନ ପାଣ୍ଠି ଗ୍ରହଣ କରେ । ଏମାନେ ନିଜର ଆର୍ଥିକ ପୃଷ୍ଠପୋଷକ ପାଣ୍ଠି ରଖନ୍ତି ଏବଂ ଆପଣଙ୍କ ନିର୍ଦ୍ଦେଶ ଅନୁଯାୟୀ ସେୟାର କରନ୍ତି । ପ୍ରକଳ୍ପ କିମ୍ବା କାର୍ଯ୍ୟକଳାପ ଚଳାଇବା ପାଇଁ ଏହା ଦାୟୀ ନୁହେଁ । ଉଦାହରଣ ସ୍ୱରୂପ, ଯେତେବେଳେ ଜଣେ ବ୍ୟକ୍ତି ଏକ ସାଧାରଣ ସମର୍ଥନ କିମ୍ବା ସମ୍ମିଳନୀ ଏବଂ ଇଭେଣ୍ଟ ପାଣ୍ଠି ଗ୍ରହଣ କରିବାକୁ ଚାହାଁନ୍ତି, ଏକ ଆର୍ଥିକ ପ୍ରଯୋଜକ ରହିବା ଆବଶ୍ୟକ ହୋଇପାରେ ।
ଉପଯୁକ୍ତ ଯତ୍ନଶୀଳତା ।
ଆପଣଙ୍କର ଯୋଗ୍ୟତା ଏବଂ ଡକ୍ୟୁମେଣ୍ଟଗୁଡିକ ଯାଞ୍ଚ ଏବଂ ନିଶ୍ଚିତ କରିବାକୁ ପ୍ରକ୍ରିୟା । ଏହା ନିଶ୍ଚିତ କରିବା ପାଇଁ କରାଯାଇଥାଏ ଯେ ଆପଣ ପାଣ୍ଠି ପାଇପାରିବେ ।
ଆର୍ଥିକ ବର୍ଷ
ଆର୍ଥିକ ପ୍ରକ୍ରିୟା ଏବଂ ପାଣ୍ଠି ପ୍ରୋଗ୍ରାମ ପାଇଁ ଉଇକିମିଡ଼ିଆ ଫାଉଣ୍ଡେସନ୍ ଦ୍ୱାରା ବ୍ୟବହୃତ ୧୨ ମାସର ଅବଧି । ଉଇକିମିଡ଼ିଆ ଫାଉଣ୍ଡେସନ୍ ପାଇଁ ଏହା କ୍ୟାଲେଣ୍ଡର ବର୍ଷ ଠାରୁ ଭିନ୍ନ । ଏହା ଜୁଲାଇ 1 ରୁ ଆରମ୍ଭ ହୋଇ ଜୁନ୍ 30 ରେ ଶେଷ ହୋଇଥାଏ ।
ଅନିୟନ୍ତ୍ରିତ ପାଣ୍ଠି ଯୋଗାଣ
ଉଇକିମିଡ଼ିଆ ଫାଉଣ୍ଡେସନର ଅନୁମତି ଆବଶ୍ୟକ ନକରି ଅର୍ଥ ଅବଧି ମଧ୍ୟରେ ନୂତନ କିମ୍ବା ବିଦ୍ୟମାନ ମିଶନ୍-ଆଲାଇନ୍ଡ୍ କାର୍ଯ୍ୟକଳାପ ପାଇଁ ବଜେଟ୍ ପରିବର୍ତ୍ତନ କରିବାର କ୍ଷମତା । ଯଦି ପରିବର୍ତ୍ତନଗୁଡିକ ତୁମର ମୋଟ ବଜେଟର ୨୦% ଅତିକ୍ରମ କରେ, ତେବେ ତୁମ ପ୍ରୋଗ୍ରାମ ଅଫିସରଙ୍କୁ ଜଣାଇବାକୁ ପଡିବ । ଏହା ଅନୁମୋଦନ ପାଇବା ପାଇଁ ନୁହେଁ ବରଂ କମ୍ୟୁନିଟି ରିସୋର୍ସ ଦଳକୁ ତୁମର ବଜେଟରେ ପରିବର୍ତ୍ତନ ପଛର କାରଣ ବା ସୁଯୋଗ ବିଷୟରେ ଜଣାଇବାକୁ ଉଦ୍ଦିଷ୍ଟ ।
ବହୁବର୍ଷିଆ ପାଣ୍ଠି ଯୋଗାଣ
2-3 ବର୍ଷ ପାଇଁ ପାଣ୍ଠି ସହାୟତା । ଏହା ପ୍ରତ୍ୟାବର୍ତ୍ତନ କରୁଥିବା ଏକକ ବ୍ୟକ୍ତି, ଗୋଷ୍ଠୀ, ଉଇକିମିଡ଼ିଆ ଆଫିଲିଏଟ୍ସ ଏବଂ ସାଧାରଣ ସହାୟତା ପାଣ୍ଠିର ସଂଗଠନଗୁଡ଼ିକ ପାଇଁ ଉପଲବ୍ଧ ।
ପାଣ୍ଠିର ନବୀକରଣ
ସମାନ ଲକ୍ଷ୍ୟ ଜାରି ରଖିବା ପାଇଁ ସାଧାରଣ ସହାୟତା ପାଣ୍ଠି ପାଇଁ ପୁନଃ ଆବେଦନ କରିବାର ସରଳ ଉପାୟ । ରିଟର୍ନ କରୁଥିବା ବ୍ୟକ୍ତି, ଗୋଷ୍ଠୀ, ଉଇକିମିଡ଼ିଆ ଆଫିଲିଏଟ୍ସ ଏବଂ ସଂସ୍ଥା ନବୀକରଣ ପ୍ରକ୍ରିୟା ପାଇଁ ଆବେଦନ କରିପାରିବେ ।
ଷ୍ତ୍ରାଟେଜିକ ଯୋଜନା
ଭବିଷ୍ୟତ ପାଇଁ ତୁମର ସଂଗଠନର ଦୃଷ୍ଟିକୁ ଅନ୍ତର୍ଭୂକ୍ତ କରୁଥିବା ଡକ୍ୟୁମେଣ୍ଟ୍ । ଏହା ତୁମର ସଂସ୍ଥା କିପରି ଆଗକୁ ବଢିବାକୁ ଚାହୁଁଛି, ଏହାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ଦର୍ଶାଏ । ଏକ ସୋପାନ ଭିତ୍ତିକ ଯୋଜନା ପ୍ରସ୍ତୁତ କରିବାକୁ ସଂଗଠନଗୁଡ଼ିକ ଷ୍ତ୍ରାଟେଜିକ ଯୋଜନା କରନ୍ତି । ଅନେକ ଉଇକିମିଡ଼ିଆ ଗୋଷ୍ଠୀ, ସହଯୋଗୀ ଏବଂ ସଂଗଠନର ଏକ ଷ୍ତ୍ରାଟେଜିକ ଯୋଜନା ଅଛି । ଏହି ଯୋଜନାଗୁଡିକ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବରେ ମୁଭମେଣ୍ଟ ଷ୍ତ୍ରାଟେଜିକ ଉପରେ ଆଧାରିତ ।

Roles and responsibilities

ପ୍ରୋଗ୍ରାମ ଅଫିସର କିମ୍ବା ଆଞ୍ଚଳିକ ପ୍ରୋଗ୍ରାମ ଅଫିସର (PO)
ଉଇକିମିଡ଼ିଆ ଫାଉଣ୍ଡେସନର କର୍ମକର୍ତ୍ତା ଯିଏ ଏକ ନିର୍ଦ୍ଦିଷ୍ଟ ପାଣ୍ଠି ଅଞ୍ଚଳରେ ଏକ ପାଣ୍ଠି କାର୍ଯ୍ୟକ୍ରମ କିମ୍ବା ପାଣ୍ଠି କାର୍ଯ୍ୟକ୍ରମକୁ ସମର୍ଥନ କରନ୍ତି । ସେମାନେ ତୁମର ଧାରଣା, ପ୍ରୋଜେକ୍ଟ, ଏବଂ ପାଣ୍ଠି ପ୍ରୋଗ୍ରାମରେ ସାହାଯ୍ୟ କରନ୍ତି । ପାଣ୍ଠି ପାଇଁ ଆବେଦନ କରିବାକୁ, ତୁମର କାର୍ଯ୍ୟକଳାପକୁ ସଂଗଠିତ କରିବାକୁ ଏବଂ ଶିଖିବାକୁ ସେମାନେ ତୁମକୁ ସମର୍ଥନ କରନ୍ତି । ପ୍ରୋଗ୍ରାମ ଅଧିକାରୀମାନେ କମ୍ୟୁନିଟି ରିସୋର୍ସ ଦଳରୁ ଆସିଛନ୍ତି ।
ଅନୁଦାନ ପରିଚାଳକ / ଗ୍ରାଣ୍ଟ ଆଡମିନ (GA)
ଉଇକିମିଡ଼ିଆ ଫାଉଣ୍ଡେସନ କର୍ମଚାରୀ ଯିଏ ଉଇକିମିଡ଼ିଆ ଫାଉଣ୍ଡେସନ ପାଣ୍ଠିର ଯତ୍ନଶୀଳତା, ଡକ୍ୟୁମେଣ୍ଟେସନ୍ ଏବଂ ପ୍ରଶାସନକୁ ସମର୍ଥନ କରନ୍ତି । ସେମାନେ ଆପଣଙ୍କୁ ବୁଝିବାରେ ସାହାଯ୍ୟ କରନ୍ତି କି ଆପଣ କେଉଁ ପାଣ୍ଠି ପାଇଁ ଆବେଦନ କରିପାରିବେ ଏବଂ କେଉଁ ଦଲିଲଗୁଡ଼ିକ ଆବଶ୍ୟକ । ପାଣ୍ଠି ଚୁକ୍ତିନାମା / ଗ୍ରାଣ୍ଟ ଏଗ୍ରୀମେଣ୍ଟ ସ୍ୱାକ୍ଷର କରିବାକୁ ଏବଂ ଦେୟ ପଠାଇବାକୁ ସେମାନେ ଆପଣଙ୍କୁ ସମର୍ଥନ କରନ୍ତି । ଅନୁଦାନ ଅନୁଦାନ ପରିଚାଳକମାନେ ଅର୍ଥ ଏବଂ ପ୍ରଶାସନ (Finance and Administration) ଦଳରୁ ଆସିଛନ୍ତି ।
ଆଞ୍ଚଳିକ ପାଣ୍ଠି(ରିଜିଓନାଲ ଫଣ୍ଡ) କମିଟି, ଆଞ୍ଚଳିକ ଅନୁଦାନ (ରିଜିଓନାଲ ଗ୍ରାଣ୍ଟ) କମିଟି କିମ୍ବା କମିଟି (ଆର. ଏଫ୍. ସି. କିମ୍ବା ଆର. ଜି. ସି.)
ଉଇକିମିଡ଼ିଆ ମୁଭମେଣ୍ଟର ସ୍ୱେଚ୍ଛାସେବୀ କମିଟି ସେମାନେ ଆବେଦନକାରୀଙ୍କୁ ମାର୍ଗଦର୍ଶନ ଏବଂ ସମର୍ଥନ ପ୍ରଦାନ କରନ୍ତି । ମୁଭମେଣ୍ଟ ପାଣ୍ଠି କିପରି ବଣ୍ଟନ କରାଯିବା ଉଚିତ ସେ ବିଷୟରେ ସେମାନେ ନିଷ୍ପତ୍ତି ନିଅନ୍ତି । ଏଠାରେ ପ୍ରତ୍ୟେକ ପାଣ୍ଠି ଅଞ୍ଚଳ ପାଇଁ ଗୋଟିଏ ଲେଖାଏଁ କରି , ଆଠଟି ଆଞ୍ଚଳିକ ପାଣ୍ଠି କମିଟି ଅଛି।
କମ୍ୟୁନିଟି ରିସୋର୍ଟ ଦଳ
ଉଇକିମିଡ଼ିଆ ଫାଉଣ୍ଡେସନର ଦଳ ଯାହା ଉଇକିମିଡ଼ିଆ ଫାଉଣ୍ଡେସନ ପାଣ୍ଠିକୁ ସମର୍ଥନ କରେ । ମାଗଣା ଜ୍ଞାନ ଉପଲବ୍ଧ ଏବଂ ଯେକୌଣସି ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ହେବା ନିଶ୍ଚିତ କରିବାକୁ ଆମେ ଉଇକିମିଡ଼ିଆ ମୁଭମେଣ୍ଟକୁ ଅର୍ଥ, ସମର୍ଥନ ଏବଂ ଅନ୍ୟାନ୍ୟ ଉତ୍ସ ପ୍ରଦାନ କରୁ ।

Wikimedia movement

ଉଇକିମିଡ଼ିଆ ମୁଭମେଣ୍ଟ (The movement)
ଉଇକିମିଡ଼ିଆ ପ୍ରୋଜେକ୍ଟରେ ଯୋଗଦାନକାରୀମାନଙ୍କର ବିଶ୍ୱ ସମୁଦାୟ । ଉଇକିମିଡ଼ିଆ ପ୍ରକଳ୍ପର ସମ୍ପ୍ରଦାୟ, ଉଇକିମିଡ଼ିଆ ଆଫିଲିଏଟ୍ସ, ଗୋଷ୍ଠୀ, ସ୍ୱେଚ୍ଛାସେବୀ ଏବଂ ଉଇକିମିଡ଼ିଆ ଫାଉଣ୍ଡେସନ୍ ଅନ୍ତର୍ଭୁକ୍ତ କରେ । ଜ୍ଞାନ ମୁକ୍ତ ଏବଂ ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ପାଇଁ ଆମେ ସମାନ ଲକ୍ଷ୍ୟ ରଖିଛୁ ।
What is the Wikimedia free knowledge movement?
ଉଇକିମିଡ଼ିଆ ପ୍ରକଳ୍ପ କିମ୍ବା ଉଇକିମିଡିଆ ସିଷ୍ଟର ପ୍ରୋଜେକ୍ଟ
ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକ ହେଉଛି ଉଇକିପିଡ଼ିଆ ସମେତ ଉଇକିମିଡ଼ିଆ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ସମସ୍ତ ସାର୍ବଜନୀନ ଭାବେ ଉପଲବ୍ଧ ଉଇକି ।
ଉଇକିମିଡ଼ିଆ ଫାଉଣ୍ଡେସନ କେଉଁ ମାଗଣା ଜ୍ଞାନ ପ୍ରକଳ୍ପକୁ ସମର୍ଥନ କରେ?
ଉଇକିମିଡ଼ିଆ ଆଫିଲିଏଟ / ସହଯୋଗୀ ଗୁଡିକ
ଉଇକିମିଡ଼ିଆ ଆନ୍ଦୋଳନରେ ଗୋଷ୍ଠୀ ଏବଂ ସଂଗଠନ ଯାହା ଉଇକିମିଡ଼ିଆ ଫାଉଣ୍ଡେସନ୍ ଦ୍ୱାରା ଆନୁଷ୍ଠାନିକ ଭାବରେ ସ୍ୱୀକୃତିପ୍ରାପ୍ତ । ଉଇମିଡିଆ ଆଫିଲିଏଟ୍ସର ତିନୋଟି ପ୍ରକାର ଅଛି: ଅଧ୍ୟାୟ (Chapters), ୟୁଜର ଗୃପ ଏବଂ ଥିମେଟିକ୍ ସଂଗଠନ
ଉଇକିମିଡ଼ିଆ ମୁଭମେଣ୍ଟ ଷ୍ଟ୍ରାଟେଜୀ
ଉଇକିମିଡ଼ିଆ ମୁଭମେଣ୍ଟର ଷ୍ଟ୍ରାଟେଜିକ ଯୋଜନା । ଏହା ଉଇକିମିଡ଼ିଆ ମୁଭମେଣ୍ଟ କେଉଁ ଦିଗରେ ଗତି କରିବା ଉଚିତ ତାହା ଦର୍ଶାଉଛି । ଏହାର ଦୁଇଟି ମୁଖ୍ୟ ଲକ୍ଷ ରହିଛି: ନଲେଜ ଆଜ ସର୍ଭିସ ଏବଂ ନଲେଜ ଆଜ ଉକ୍ବିଟି ।
ଉଇକିମିଡ଼ିଆ ମୁଭମେଣ୍ଟ ସୁପାରିଶ ଏବଂ ପଦକ୍ଷେପ
ଉଇକିମିଡ଼ିଆ ମୁଭମେଣ୍ଟ ଷ୍ଟ୍ରାଟେଜୀର ଦଶଟି ସୁପାରିଶ ଅଛି । ଆମର ଷ୍ଟ୍ରାଟେଜିକ ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ଆବଶ୍ୟକ କରୁଥିବା ପରିବର୍ତ୍ତନଗୁଡିକ ସେମାନେ ଦର୍ଶାଇ ଥାନ୍ତି । ପ୍ରତ୍ୟେକ ସୁପାରିଶରେ କିଛି ପଦକ୍ଷେପ ରହିଛି । ପ୍ରତ୍ୟେକ ସୁପାରିଶ ପାଇଁ ଏଗୁଡିକ ହେଉଛି ଏକ ପ୍ରକାରର କାର୍ଯ୍ୟ ।
ହବ୍ସ୍
ଉଇକିମିଡ଼ିଆ ମୁଭମେଣ୍ଟରେ ସାଂଗଠନିକ ଏକକ । ସେମାନେ ଏକରୁ ଅଧିକ ସ୍ୱେଚ୍ଛାସେବୀ ସମ୍ପ୍ରଦାୟକୁ ସମର୍ଥନ କରନ୍ତି । ମୁଭମେଣ୍ଟ ଷ୍ଟ୍ରାଟେଜୀ ରେକମେଣ୍ଡେସନରୁ ସେଗୁଡ଼ିକ ହେଉଛି ଅନ୍ୟତମ । ଉଇକିମିଡ଼ିଆ ଫାଉଣ୍ଡେସନରେ କେନ୍ଦ୍ରୀଭୂତ ହୋଇଥିବା ସାମ୍ପ୍ରତିକ ମଡେଲ ତୁଳନାରେ ହବ୍ ଏକ ଅଞ୍ଚଳ କିମ୍ବା ଥିମ୍ ମଧ୍ୟରେ କାର୍ଯ୍ୟ କରିବା ସମୟରେ ଅଧିକ ଦକ୍ଷତା ଆଣିବାକୁ ଚାହୁଁଛି ।

Other lists